କ୍ୟାନ୍‌ସର ଚିକିତ୍ସାରେ ସହାୟତା ଲାଗି ହାତ ବଢାଇଲା ଟାଟା

ଭୁବନେଶ୍ୱର : ରାଜ୍ୟରେ କ୍ୟାନସର ରୋଗୀ ଚିହ୍ନଟ, ଚିକିତ୍ସା ସୁବିଧା ଓ ନିରାକରଣରେ ସହାୟତା ଦେବ ଟାଟା। ଏଥିପାଇଁ ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବା ଏମଓୟୁ। ଆଜି ସଚିବାଳୟରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଏନ୍ ଟାଟା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଛି ଏମଓୟୁ।

କମ୍ପ୍ରେହେନସିଭ୍ କ୍ୟାନସର କେୟାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ କ୍ୟାନସର ହାର କମାଇବା ସହ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବ ଟାଟା। ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ କେମୋ ଥେରାପି ବ୍ୟବସ୍ଥା କରାଯିବ।

ସେହିପରି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଆପେକ୍ସ କ୍ୟାନସର କେୟାର ସେଣ୍ଟର। ଫଳରେ ଏଠାରେ କ୍ୟାନସର ରୋଗୀଙ୍କ ପାଇଁ କମ୍ ଖର୍ଚ୍ଚରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇପାରିବେ। ଏଥିସହ କଟକରେ ଥିବା ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରକୁ ନବୀକରଣ କରାଯାଇ କମ୍ଫ୍ରେହେନସିଭ୍ କ୍ୟାନସର କେୟାର ହସ୍ପିଟାଲରେ ପରିଣତ କରାଯିବ। ଫଳରେ ଉନ୍ନତମାନର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଆଉ ରୋଗୀଙ୍କୁ ଯିବାକୁ ପଡିବନି।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like