କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଫେରାଦ ହେଲେ IAS ସଂଘ

ଭୁବନେଶ୍ୱର : ମନ୍ତ୍ରୀ-ଅମଲା ମୁହାଁମୁହିଁ। ଭୁବନେଶ୍ୱରରେ ନ୍ୟାଶନାଲ୍ ଡାଟା ସେଣ୍ଟରର ଉଦ୍‌ଘାଟନୀ ଅବସରରେ ଆଇଟି ସଚିବ ଅଶୋକ ମୀନାଙ୍କ ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ। ଆଇଏସ୍ ଏବଂ ଓଏଏସ୍ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣା ନଘଟେ ସେଥିପାଇଁ ଉପଯୁକ୍ତ ସ୍ତରରେ ପ୍ରସଙ୍ଗକୁ ଉପସ୍ଥାପନ କରିବାକୁ ଦାବି କରାଯାଇଛି।

କେନ୍ଦ୍ର ଯୋଜନାରୁ ରାଜ୍ୟ ନିଜ ନାଁରେ ନେଇଥିବା ପ୍ରସଙ୍ଗ ଉଠାଇ ଗତକାଲି ଧର୍ମେନ୍ଦ୍ର କହିଥିଲେ ଯେ, ରାଜ୍ୟ ସରକାରଙ୍କୁ ଛାଡ଼ି କୌଣସି କାମ କରିହେବ ନାହିଁ। କିନ୍ତୁ, ଏହାର ଅର୍ଥ ନୁହେଁ, ଡିଜିଟାଲ୍ ମିଡ଼ିଆରେ ଜଣଙ୍କ ବଦଳରେ ଅନ୍ୟ ଜଣଙ୍କ ନାଁ ପୂରାଇ ଦିଆଯିବ। ମୀନା ସାହେବ୍, ଏମିତି କରନ୍ତୁ ନାହିଁ ବୋଲି କହିଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତେବେ ଏହାର ଜବାବ୍‌ରେ ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ କହିଛି, ଓଡ଼ିଶା ଏବଂ ଦେଶର ଅନ୍ୟ ରାଜ୍ୟରେ ବରିଷ୍ଠ ରାଜନେତାଙ୍କ ଦ୍ୱାରା ଅଫିସରମାନଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରାଯାଉଥିବା ଘଟଣା ନଜରକୁ ଆସୁଛି। ଏହା ସାମ୍ବିଧାନିକ ମୂଲ୍ୟବୋଧର ସିଧାସଳଖ ଅବମାନନା। ଏହା ଅଫିସର୍ ଏବଂ କର୍ମଚାରୀଙ୍କ ମନୋବଳ ଉପରେ କୁପ୍ରଭାବ ପକାଇବା ସହ ସେମାନଙ୍କୁ ନିରୁତ୍ସାହିତ କରିବ ।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like