3D ମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର : ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷର ହିସାବ ନିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମନ୍ତ୍ରୀ ପରିଷଦ ବୈଠକ ପରେ ଥ୍ରୀ D ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦଳୀୟ ନେତାଙ୍କୁ ଡିଟର୍ମିନେସନ, ଡିଭୋସନ ଓ ଡେଡିକେସନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ।

ଏହି ୩ଟି ମୁଖ୍ୟ ସୂତ୍ରକୁ ଆପଣାଇ ବିକାଶ ଉପରେ ଗୁରୁତ୍ୱ ଦେବାକୁ ନିଜ ଦଳର ସଦସ୍ୟଙ୍କୁ ପରାମର୍ଶ ଦେବାସହ ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ଏହାସହ ନିଜ ସରକାରଙ୍କ ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସରକାରଙ୍କ ମୁଖ୍ୟତଃ ୧୦ଟି ସଫଳତାକୁ ରାଜ୍ୟବାସୀଙ୍କ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାରଙ୍କ ସଫଳତା ମଧ୍ୟରେ ରହିଛି ଓଡ଼ିଆ ସରକାରୀ ଭାଷା ଆଇନ, ପକ୍କା ଘର ଯୋଜନା, ଗ୍ରାମାଞ୍ଚଳକୁ ରାସ୍ତା, ଜଳସେଚନ, ବସ୍ତିବାସିନ୍ଦାକୁ ଜମି ଅଧିକାର, ଦକ୍ଷତା ବିକାଶ କ୍ଷେତ୍ରରେ ସରକାରଙ୍କ ସଫଳତା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ସହ ଆଦିବାସୀଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କଥା ଉଠାଇଛନ୍ତି। ଏସବୁ ବାଦ ଓଡ଼ିଶା ଏବଂ ଭୁବନେଶ୍ୱର ବିଶ୍ୱ କ୍ରୀଡ଼ାର  ରାଜଧାନୀ ପାଲଟିଥିବା କହିଛନ୍ତି।

You might also like