ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ମୋଦି

କଟକ : କଟକ କିଲ୍ଲାପଡିଅାରେ ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି, ମହାନଦୀ ତାର ବଡ ଉଦାହରଣ ବୋଲି ସେ କହିଛନ୍ତି।  ଅଧାରୁ ଅଧିକ ପାଣି ସମୁଦ୍ରକୁ ବୋହି ଯାଉଥିବା ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଥିଲେ। କେନ୍ଦ୍ର ବିବାଦର ସମାଧାନ ଚାହୁଁଛି। ତେବେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମହାନଦୀକୁ ଛାଡି ଅନ୍ୟ ୫ଟି ନଦୀର ପାଣିକୁ ମଧ୍ୟ ରାଜ୍ୟ ସରକାର ବ୍ୟବହାର କରିପାରୁନଥିବା ସେ କହିଛନ୍ତି। ୨୦ ବର୍ଷ ହେଲା ରାଜ୍ୟ ସରକାର କାହିଁକି ଲୋୟର ଇନ୍ଦ୍ର ପ୍ରକଲ୍ପ କାମ ସାରିପାରୁନାହାନ୍ତି।  ଚାଷୀଙ୍କୁ କାହିଁକି ସେମାନଙ୍କ ହାଲ୍‌ରେ ଛାଡି ଦିଆଯାଇଛି ବୋଲି ସେ ପଚାରିଥିଲେ। ଏବେ କେନ୍ଦ୍ର ସେମାନଙ୍କ ଦାୟିତ୍ୱ ନେବ ବୋଲି କହିଛନ୍ତି ମୋଦି। ଦୀର୍ଘ ଦିନ ଧରି ଅଟକି ରହିଥିବା ରାଜ୍ୟର ୪ଟି ପ୍ରକଳ୍ପର କାମ ଆସନ୍ତା ବର୍ଷ ସୁଦ୍ଧା ଶେଷ କରାଯିବ ବୋଲି ସେ କହିଛନ୍ତି।

ସେହିପରି ଅନ୍ୟ ୮ଟି ସେଚ ପ୍ରକଳ୍ପ କାମକୁ ମଧ୍ୟ ଖୁବ୍ ଶୀଘ୍ର ଶେଷ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟସେବା ସ୍ଥିତିକୁ ନେଇ ମଧ୍ୟ ମୋଦି ରାଜ୍ୟ ସରକାରଙ୍କୁ ସାମଲୋଚନା କରିଛନ୍ତି। ଆଦିବାସୀ ଅଞ୍ଚଳରୁ ଲଜ୍ଜାଜନକ ଚିତ୍ର ଆସୁଥିବା ସେ କହିଛନ୍ତି। ରାଜ୍ୟ ସରକାର ଏତେ ବର୍ଷ କ୍ଷମତାରେ ରହି କାହିଁକି ଦାୟିତ୍ୱ ତୁଲାଇ ପାରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like