ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍କାଘର ବାହାସ୍ପୋଟ

ଭୁବନେଶ୍ୱର: ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣର ସଫଳତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟରେ ୧୭ ଲକ୍ଷ ପକ୍କାଘର କରି ବାହାବା ଗୋଟାଉ ଥିବା ସରକାରଙ୍କ ଖୋଦ୍ ପଞ୍ଚାୟତିରାଜ ବିଭାଗର ତଥ୍ୟ ହିଁ ଏହି ସଫଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଦେଇଥିବା ତଥ୍ୟ ସହ ସରକାରଙ୍କ ତଥ୍ୟର ତାଳ ମେଳ ନାହିଁ। ଏପଟେ ପକାଘର ଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଗରିବଙ୍କ ଆଖିରୁ ପାଣି ମଲାଣି। ହେଲେ ମିଳୁନି ପକ୍କାଘର। ଏହାକୁ ନେଇ ପଢ଼ନ୍ତୁ ଓଟିଭିର ଏକ ବିଶେଷ ରିପୋର୍ଟ।

ନୂଆଣିଆ ଝାଟିମାଟି ଘରୁ ନଇଁ ନଇଁ ପଦାକୁ ବାହାରୁଛନ୍ତି ଅଞ୍ଜଳି ବେହେରା। ୨୦ ବର୍ଷ ହେଲାଣି ସରକାର ଦେଖାଇଥିବା ପକ୍କା ଘରର ସ୍ନପ୍ନ ଆଜି ଯେମିତି ମରିଚିକା ପାଲଟି ଗଲାଣି। ରାଜଧାନୀ ଉପକଣ୍ଠ  ଚନ୍ଦକା ପଞ୍ଚାୟତ ବାରମାଣ ଗାଁର ଅଞ୍ଜଳିଙ୍କ ପରି ଗାଁର ପ୍ରାୟ ସବୁ ପରିବାର ରହୁଛନ୍ତି ଏମିତି ନୁଆଁଣିଆ ଚାଳଘରେ।

ଦୁଇବର୍ଷ ତଳେ ଗାଁକୁ ଆସିଥିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମକ୍ରିପାଲ ଯାଦବ। କିଛି ଗରିବଙ୍କ ଘରକୁ ଯାଇ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଦେବାର ସ୍ୱପ୍ନ ବି ଦେଖାଇଥିଲେ। କିନ୍ତୁ ପରିସ୍ଥିତି ଯେମିତିକୁ ସେମିତି। ସେହି ଗାଁର ବିନି ନାୟକ, ଟୁନି ଦେହୁର, ଟୁକୁନା ନାୟକଙ୍କ ଘରର ଚେହେରା ଏଯାଏଁ। ବଦଳିଲାନି। ୧୯୯୯ ମହାବାତ୍ୟା ପରେ ଗାଁରେ ଯେଉଁ  କାଁ ଭାଁ ଲୋକଙ୍କୁ ଇନ୍ଦିରା ଆବାସ ମିଳିଥିଲା, ତାହା ବି ଅଧାପନ୍ତରିଆ ହୋଇ ପଡ଼ିରହିଛି।

ଗରିବଙ୍କ ପାଇଁ ୧୭ ଲକ୍ଷ ପକ୍କାଘର କରି ନିଜ ସଫଳତା ଗାଥାକୁ ବଖାଣିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ପଞ୍ଚାୟତିରାଜ ବିଭାଗର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଏ ତଥ୍ୟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ରିପୋର୍ଟ ଅନୁସାରେ ୪ ବର୍ଷର ଘର ନିର୍ମାଣ ହିସାବକୁ ଦେଖିଲେ ସମୁଦାୟ  ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ହୋଇଛି ୧୨ ଲକ୍ଷ ୩୯ ହଜାର ୯୭ଟି। ତାବାଦ୍ ବିଜୁ ପକ୍କା ଘର ନିର୍ମାଣ ହୋଇଛି ୨ ଲକ୍ଷ ୨୯, ୧୯୬ଟି। ଏସବୁ ମିଶିଲେ ପକ୍କାଘର ସଂଖ୍ୟା ହେଉଛି ୧୪ ଲକ୍ଷ ୮୨ ହଜାର ୭୩୭ଟି।

ବିଡ଼ମ୍ବନା ହେଉଛି ବିଧାନସଭାରେ ପୂର୍ବତନ ପଞ୍ଚାୟତି ରାଜ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ୧୪-୧୫ ବର୍ଷରେ ୧ ଲକ୍ଷ ୪୪ ହଜାର ଓ ୧୫-୧୬ ବର୍ଷରେ ମାତ୍ର ୧୩ ହଜାର ୪୯୮ ଘର ହୋଇଛି। ପଞ୍ଚାୟତି ରାଜ ବିଭାଗର ଗ୍ରାମ୍ୟ ଗୃହ ନିର୍ମାଣ ୱେବସାଇଟ କିନ୍ତୁ ଭିନ୍ନ ତଥ୍ୟ ଦେଇଛି। ଏଠି ୧୭ ଲକ୍ଷ ଘରର ହିସାବ ରହିଛି।  ଏଠି ପ୍ରଶ୍ନ ଉଠୁଛି କେଉଁଟା ସତ କାହିଁକି ବିଭାଗର ତଥ୍ୟରେ ତାଳମେଳ ନାହିଁ। କେବଳ କାଗଜକଲମରେ ସରକାରଙ୍କ ପକ୍କାଘର ନିର୍ମାଣ ଚାଲିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like