ରତ୍ନ ଭଣ୍ଡାର ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଏହାକୁ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଖୋଲିବା ନେଇ ଅନୁମତି ସମ୍ପର୍କିତ ଚିଠି ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ଆଇନ୍‌ ବିଭାଗ ଏହି ଚିଠି କରିଛନ୍ତି। ତେବେ କେଉଁଦିନ ଏହା ଖୋଲାଯିବ ସେ ସମ୍ପର୍କରେ ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିର ନିୟମ ମୁତାବକ ଭଣ୍ଡାର ଖୋଲାଯିବ। ଏହି ସମୟରେ ଏହାକୁ କିଭଳି ଖୋଲାଯିବ ଓ କିଏ କିଏ ଉପସ୍ଥିତ ରହିବେ ସେନେଇ ଏହି ଚିଠିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୯୭୮, ୧୯୮୪ରେ ଖୋଲାଯାଇଥିଲା ରତ୍ନ ଭଣ୍ଡାର। ସେତେବେଳେ ପାଳନ ହୋଇଥିବା ସମସ୍ତ ନିୟମ ମାନିବାକୁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୯ରେ ଛତିଶା ନିଯୋଗ ବୈଠକ ପରେ ରତ୍ନ ଭଣ୍ଡାର ଖୋଲିବା ନେଇ ତାରିଖ ସ୍ଥିର ହେବ ବୋଲି ସରକାରଙ୍କ ପ୍ରଦତ୍ତ ଚିଠିରେ ଉଲ୍ଲେଖ ରହିଛି।

You might also like