ବିଭିନ୍ନ ପରିବହନ ସଂଘର ଧର୍ମଘଟ ଉପରେ ଏସ୍‌ମା ଲାଗୁ

ଭୁବନେଶ୍ୱର : ରାଜ୍ୟର ଖଣି ବହୁଳ ଜିଲ୍ଲା ଗୁଡିକରେ ଖଣିଜ ପରିବହନ କରୁଥିବା ଟିପର, ଲୋଡର ସଂଘ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛି। ଏହି ଆନ୍ଦୋଳନ ପୂର୍ବରୁ ରାଜ୍ୟ ଗୃହ ବିଭାଗ ଅତ୍ୟାବଶ୍ୟକ ସେବା ଆଇନ ୧୯୮୮ ଏସ୍‌ମା ଲାଗୁ କରିଛନ୍ତି।

ଆଗାମୀ ୬ମାସ ପର୍ଯ୍ୟନ୍ତ ଏହି ଏସ୍‌ମା ବଳବତ୍ତର ରହିବ। ଏହି ଆଇନ ବଳରେ ସରକାର କୌଣସି ପରିବହନ ସଂଘ ଆନ୍ଦୋଳନ କରିପାରିବେନି ବୋଲି ନିଷେଧାଦେଶ ଜାରି କରିଛନ୍ତି। ଏହାକୁ ଉଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ସରକାର ସତର୍କ କରାଇ ଦେଇଛନ୍ତି।

ଗୃହ ବିଭାଗ ସ୍ପଷ୍ଟ କରିଛି, ଏହି ଆନ୍ଦୋଳନ ଦ୍ୱାରା ଖଣିଜ ପରିବହନ ବନ୍ଦ ରହିଲେ ରାଜ୍ୟ ଓ ଦେଶର ଅର୍ଥନୀତି ଉପରେ ବଡ ପ୍ରଭାବ ପକାଇବ। ବିଭିନ୍ନ ଦାବି ନେଇ ଆସନ୍ତା ୨୦ରୁ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଧର୍ମଘଟ ଡାକରା ଦେଇଛି। ଧର୍ମଘଟ ପରିପ୍ରେକ୍ଷୀରେ ଆଗୁଆ ଏସ୍‌ମା ଲାଗୁ କରିଛନ୍ତି ରାଜ୍ୟ ସରକାର।

You might also like