ବଢ଼ିଲା ଖରାଛୁଟି ଅବଧି; ଜୁନ ୧୮ ବଦଳରେ ଜୁନ୍ ୨୧ରେ ଖୋଲିବ ସ୍କୁଲ
ଭୁବନେଶ୍ୱର: ବଢ଼ିଲା ଖରାଛୁଟି ଅବଧି। ଜୁନ ୧୮ ବଦଳରେ ଜୁନ୍ ୨୧ ତାରିଖରେ ଖୋଲିବ ସ୍କୁଲ। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଆଉ ୩ ଦିନ ପାଇଁ ବୃଦ୍ଧି କରିଛନ୍ତି।
ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ ୧୭ ଯାଏ ଖରାଛୁଟି ଘୋଷଣା ହୋଇଥିବା ବେଳେ ୧୮ରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଛୁଟି ବୃଦ୍ଧି ପରେ ଆସନ୍ତା ସୋମବାର ବଦଳରେ ଗୁରୁବାର ସ୍କୁଲ ଖୋଲିବ।