ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ଭୁବନେଶ୍ୱର: ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏଣିକି ଆଉ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ ନାହିଁ। ରାଜ୍ୟର ବିଭିନ୍ନ ବିଭାଗରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ଅବସର ପରେ ଗତ ୪ ବର୍ଷ ଧରି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ଛଟେଇ କରାଯିବ।

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନ‍ଃନିଯୁକ୍ତି ମିଳିବା ଦ୍ୱାରା ନୂତନ ନିଯୁକ୍ତି ହାର କମି ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ଅଗଷ୍ଟ ୧୦ରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ଆଗାମୀ ଦିନରେ ଯେଭଳି ଅବସରପ୍ରାପ୍ତ କର୍ମଚାରୀ ନିଯୁକ୍ତି ନ ପାଆନ୍ତି ସେଥିପ୍ରତି ଧ୍ୟାନଦେବା ସହ ବିଭାଗରେ ଯେତେସବୁ ଅବସରପ୍ରାପ୍ତ କର୍ମଚାରୀ ଅଛନ୍ତି ସେମାନଙ୍କୁ ଛଟେଇ କରିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

You might also like