ସରକାରଙ୍କ ଅଣଓଡ଼ିଆ ଠିକାଦାର ପ୍ରୀତି ଅଭିଯୋଗ

ଭୁବନେଶ୍ୱର : ଅଣଓଡ଼ିଆ ଠିକାଦାରଙ୍କୁ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର। ଏଭଳି ସଙ୍ଗୀନ ଅଭିଯୋଗ ସହ ୨୭ ଦଫା ଦାବି ନେଇ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବାସଭବନ ଘେରାଉ କରିଛି ଅଲ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ୍। ସରକାରୀ ନିୟମ ଅନୁସାରେ ଇଞ୍ଜିନିୟରଙ୍କୁ ବଦଳି ସମେତ ମୋଟ ୨୭ ଦଫା ଦାବିରେ ଆନ୍ଦୋଳନ କରୁଛି ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନ୍।

ଏଥିସହ ରାଜ୍ୟରେ ହେଉଥିବା କାମର ସିଂହ ଭାଗ ଅଣଓଡ଼ିଆ ଠିକାଦାର ସଂସ୍ଥାକୁ ଦିଆଯାଉଥିବା ସଂଘ ଅଭିଯୋଗ କରୁଛି। ଏଭଳି ଅଭିଯୋଗ ଆଣି ପୁଣି ତୃତୀୟ ମହଲାକୁ ଟାର୍ଗେଟ୍ କରିଛି ନିଖିଳ ଓଡ଼ିଶା ଠିକାଦାର ସଂଘ। ଏହାଫଳରେ ଓଡ଼ିଆ ଠିକାଦାରମାନେ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି।

ଏଥିସହ ପିସି କାରବାର ଭଳି ସଂଗୀନ ଅଭିଯୋଗ ମଧ୍ୟ ଉଠାଇଛି ସଂଘ। ସେପଟେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ସଂଘ ପୂର୍ବରୁ ଘେରାଉ ନେଇ ସୂଚନା ଦେଇନଥିଲା। ତାଙ୍କୁ ନଜଣାଇ ବାସଭବନ ଘେରାଉ କରିବା ଅସାମ୍ବିଧାନିକ।

You might also like