ଅକୁହା କଥା କହି ନାଁ ରଖିଲେ ଗୀତାଞ୍ଜଳି

ଢେଙ୍କାନାଳ: ସ୍କୁଲ ଯାଉଥିବା ଛାତ୍ରୀଙ୍କ ଋତୁସ୍ରାବ ସମସ୍ୟା ଓ ଏହାକୁ ନେଇ ଥିବା ଅନ୍ଧବିଶ୍ୱାସ ଉପରେ ଦୃଢ଼ ଯୁକ୍ତି ଉପସ୍ଥାପନ କରି ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଆ ଝିଅ ଗୀତାଞ୍ଜଳି ମାର୍ଣ୍ଡି।

odisha girlନୂଆଦିଲ୍ଲୀରେ UNFPA ଆୟୋଜିତ ‘ଆବସେଣ୍ଟିଜିମ୍ ଅଫ୍ ଗାର୍ଲ ଚାଇଲଡ୍ ଇନ୍ ସ୍କୁଲ, ଦ ଇମ୍ପା ଅଫ୍ ମେନଷ୍ଟ୍ରୁଆଲ ହାଇଜିନ୍’ ଶୀର୍ଷକ ତର୍କ ପ୍ରତିଯୋଗିତାରେ ଭାଗ ନେବା ଲାଗି ସାରା ଦେଶରୁ ୨୧ ଜଣ ଛାତ୍ରୀ ଆସିଥିଲେ। ସେ ସମସ୍ତଙ୍କ ମଧ୍ୟରୁ ଗୀତାଞ୍ଜଳିଙ୍କ ଯୁକ୍ତି ଉଚ୍ଚ ପ୍ରଂଶସିତ ହୋଇଥିଲେ।

କାର୍ଯ୍ୟକ୍ରମରେ ଶେଷ ପର୍ଯ୍ୟାୟରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଗୀତାଞ୍ଜଳି ଅନ୍ୟମାନଙ୍କୁ ପଛରେ ପକାଇବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା।

odisha girl got awardଗୀତାଞ୍ଜଳି ଏବେ ଢେଙ୍କାଳାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ସେବାଶ୍ରମ ସ୍କୁଲର ଦଶମ ଶ୍ରେଣୀରେ ପଢୁଛନ୍ତି। ଏଭଳି ସଫଳତା ପାଇଁ ଢେଙ୍କାନାଳ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧକାରୀ ପ୍ରମୁଖ ଗୀତାଞ୍ଜଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଛନ୍ତି।

ଆହୁରି ପଢ଼ନ୍ତୁ

You might also like