ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୋଲିସ୍‌ ଏକ୍ସିଲେନ୍ସି ଆୱାର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ  ‘ପୋଲିସ୍‌ ଏକ୍ସିଲେନ୍ସ ଆୱାର୍ଡ’ ମିଳିଛି।  ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୋଲିସ ଏକ୍ସପୋରେ ତାଙ୍କୁ ଏହି ସମ୍ମାନ ମିଳିଛି।

ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ତାଙ୍କୁ ସମ୍ମାନିତ କରିଥିଲେ। ଓଡିଶା କ୍ୟାଡରର ପ୍ରଥମ IPS  ଅଫିସର ଭାବେ ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସଫଳତା ପାଇଛନ୍ତି।  ଲୋକଙ୍କୁ ସେବା ଓ ଧନ ସମ୍ପତ୍ତି ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।

You might also like