ମହାନଦୀ ବଞ୍ଚାଅ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ଏ ନେଇ ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ବୁଧବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଛତିଶଗଡ଼ର ମନମୁଖୀ ପାଇଁ ଓଡ଼ିଶାରେ ମହାନଦୀ ଜଳ କମ୍‌ ପ୍ରବାହିତ ହେଉଛି। ତେଣୁ ଜଳ ସମସ୍ୟା ନେଇ ପ୍ରତି ବ୍ଲକ ଓ ପଞ୍ଚାୟତକୁ ଯାଇ କଂଗ୍ରେସ ଆନ୍ଦୋଳନ କରିବ। ଏହି ସମୟରେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ। ଖାଲି ସେତିକି ନୁହେଁ, ସବୁ ରାଜନୈତିକ ଦଳ ଓ ସଙ୍ଗଠନକୁ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ କୁହାଯିବ ବୋଲି ନବକିଶୋର ଦାସ କହିଛନ୍ତି।

ସେହିପରି ଏହି ପ୍ରସଙ୍ଗରେ ବିଜେଡି କହିଛି, ମହାନଦୀ ଉପରମୁଣ୍ଡରେ ଥିବା ବ୍ୟାରେଜରେ ଗେଟ୍ ଖୋଲିବା କଥା କହିଲେ ଛତିଶଗଡ଼ ଅବାନ୍ତର ଯୁକ୍ତି ଦର୍ଶାଉଛି। ତେଣୁ ବିଜେଡି ମହାନଦୀକୁ ନେଇ ଓଡ଼ିଶାର ଲୋକଙ୍କ ମଧ୍ୟରେ ଚେତନା ଜାଗ୍ରତ କରିବାକୁ ଚେଷ୍ଟା କରିଆସିଛି।

ଏହାକୁ ନେଇ ବିଜେପି ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି। ବିକାଶର କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ଦଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି, ସେମାନଙ୍କୁ ଲୋକମାନଙ୍କ ପାଖରେ ପହଞ୍ଚିପବାକୁ ଗୋଟେ ପ୍ରସଙ୍ଗ ଦରକାର ବୋଲି ବିଜେପି କହିଛି।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like