ଅାଗାମୀ ନିର୍ବାଚନରେ ରାଫେଲ ଡିଲ୍‌କୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ

ଦିଲ୍ଲୀରେ ୱାର ରୁମ୍‌ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: ଅାଗାମୀ ନିର୍ବାଚନରେ ରାଫେଲ୍ ଡିଲ୍‌କୁ ମୁଖ୍ୟ ପ୍ରସଙ୍ଗ କରାଯିବ। ଅାଜି ଦିଲ୍ଲୀରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ସିଂ। ରାଫେଲ୍ ଡିଲ୍ ପାଇଁ ବେକାର ନିଯୁକ୍ତି ପାଇଲେ ନାହିଁ। ଓଡିଶାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ ଜେଟ୍ ତିଅାରି ହୋଇଥିଲେ ନିଯୁକ୍ତି ସୃଷ୍ଟି ହୋଇଥାନ୍ତା ବୋଲି ଜୀତେନ୍ଦ୍ର ସିଂ କହିଛନ୍ତି।

ଏଥିପାଇଁ  ଏହି ପ୍ରସଙ୍ଗରେ ରାଜ୍ୟରେ କଂଗ୍ରେସ ସ୍ୱତନ୍ତ୍ର ଭାବେ ଅାନ୍ଦୋଳନ କରିବ। ସେହିପରି କାଲିଠାରୁ ପ୍ରଦେଶ ଇଲେକ୍ସନ୍ କମିଟି ବୈଠକ ଅାରମ୍ଭ ହେବ। ୨୦୧୯ ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ନେଇ ଅାଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି।

ଦିଲ୍ଲୀରେ ସବୁ ରାଜ୍ୟର ପିସିସି ସଭାପତି, କଂଗ୍ରେସ ବିଧାୟକ ଦଳ ନେତା ଓ ପ୍ରଭାରୀଙ୍କ ସହିତ ଅାଜି ଅାଲୋଚନା କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ନୂଅାଦିଲ୍ଲୀସ୍ଥିତ କଂଗ୍ରେସ ୱାର୍ ରୁମ୍‌ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଏହି  ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ  ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ,  ବିରୋଧୀଦଳ ନେତା ନରସିଂହ ମିଶ୍ର  ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ।

You might also like