ଭୁବନେଶ୍ୱରରେ ରହିଲେ କଂଗ୍ରେସରେ ଟିକଟ ମିଳିବନି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ। ଆଜି ହୋଇଥିବା ନବନିର୍ବାଚିଚ ଜିଲ୍ଲାସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ପ୍ରଥମ ବୈଠକରେ ସତର୍କବାଣୀ ଶୁଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗାଁରେ ଲୋକଙ୍କ ସହ ନ ରହି ଭୁବନେଶ୍ୱରରେ ରହିଲେ କଂଗ୍ରେସରେ ଟିକଟ ମିଳିବ ନାହିଁ ବୋଲି ନିରଞ୍ଜନ କହିଛନ୍ତି। ପ୍ରତି ଜିଲ୍ଲାପରିଷଦ ଜୋନ୍‌ରେ ସଭାପତି ନିଯୁକ୍ତ କରିବାକୁ ଏହି ବୈଠକରେ ଯୋଜନା ହୋଇଛି। ଏଥିସହିତ ପ୍ରତି ୧୫ ଦିନରେ ଜିଲ୍ଲା କମିଟି ବସି ସଭାପତିଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି ପିସିସି ସଭାପତି।

niranjan 2ଟିମ୍ ମେମ୍ବରଙ୍କୁ କ୍ୟାପଟେନ ଦେଉଛନ୍ତି ଗୁରୁମନ୍ତ୍ର। ଗାଁ ଲୋକଙ୍କ ସହ ରହି କାମ କଲେ ଟିକେଟ ପାଇବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ପିସିସି ମୁଖିଆ। କିଏ ଲୋକଙ୍କ ସହ ଅଛି ତାର ୩ ରୁ ୪ ମାସ ଭିତରେ ତଥ୍ୟ ନେଇ ୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ବଛାଯିବ ବୋଲି ଆଜି ନବନର୍ବାଚିତ ଜିଲ୍ଲାସଭାପତି ଓ କାର୍ଯ୍ୟାକାରୀ ସଭାପତିଙ୍କୁ ଶୁଣାଇଛନ୍ତି ନିରଞ୍ଜନ। ସେହିପରି ଜିଲ୍ଲା କଂଗ୍ରେସ କମିଟିକୁ ୧୫ ଦିନରେ ଜିଲ୍ଲାର ସାଂଗଠନିକ ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି।

ଆଜି ପ୍ରଥମ ଦିନରେ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତି କଂଗ୍ରେସ ଭବନରେ ଏକାଠି ହୋଇଥିଲେ।  ଦୀର୍ଘ ୪ ଘଣ୍ଟା ଧରି ମାନସମନ୍ଥନ ଚାଲିବା ପରେ ଏହି ମନ୍ତ୍ର ପଢ଼ାଇଥିଲେ ନିରଞ୍ଜନ ପଟ୍ଟନାୟକ।

cong 3ଅନ୍ୟପଟେ ନୂଆ ଜିଲ୍ଲାସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପରେ ୩ରୁ ୪ ଟି ଜିଲ୍ଲାରେ ଅସନ୍ତୋଷ ରହିଥିବା କଥା ସ୍ୱୀକାର କରିଛନ୍ତି ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। କୋରାପୁଟରେ ଦେଖାଇଥିବା କନ୍ଦଳ ଆସନ୍ତା କାଲି ସୁଦ୍ଧା ଦୂର ହେବ ବୋଲି ସେ କହିଛନ୍ତି। ମୋଟ ୩୩ ଟି ସାଂଗଠନିକ ଜିଲ୍ଲାରୁ ୫ ଟି ଜିଲ୍ଲାରେ କୌଣସି କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇ ନ ଥିବା ବେଳେ ବାକି ୨୮ ଜିଲ୍ଲାରେ ୫୦ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ପଦ ଦିଆଯାଇଛି। ଜୁନ୍ ଶେଷ ସୁଦ୍ଧା ସବୁ ଜିଲ୍ଲା ପରିଷଦ ଜୋନକୁ ବ୍ଲକ୍ ଭାବରେ ଗ୍ରହଣ କରି ଜଣେ ଜଣେ ସଭାପତି ନିଯୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଥମ ଦିନ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ ନେଇ ବୈଠକ ହୋଇଥିଲେ ବି ଏଥିରେ କୋରାପୁଟକୁ ସାମିଲ କରାଯାଇ ନ ଥିଲା। ସେହିପରି ଝାରସୁଗୁଡ଼ାର ବିଧାୟକ ନବକିଶୋର ଦାସ କାର୍ଯ୍ୟକାରୀ ସଭାପତି ହୋଇଥିବାରୁ ତାଙ୍କ ଜିଲ୍ଲା ଓ ଜଗତିସଂହପୁର ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କ ଜିଲ୍ଲାକୁ ଦକ୍ଷିଣ ଓଡ଼ିଶା ଗ୍ରୁପରେ ସାମିଲ କରାଯାଇଥିଲା। ପ୍ରୀୟାପ୍ରିତି ଓ କନଫ୍ଲିକ୍‌ଟ ଅଫ୍ ଇଣ୍ଟରେଷ୍ଟ ଅଭିଯୋଗରୁ ରକ୍ଷା ପାଇଁ ନିଜ ଜିଲ୍ଲାର କର୍ତ୍ତୃତ୍ୱ ଅନ୍ୟ ହାତକୁ ଦେଇ ଦଳ ଏଭିଳି ରଣନୀତି କରିଥିବା ଚର୍ଚ୍ଚା ହେଉଛି।cong 5

You might also like
Comments
Loading...