ତେଲ ଦର ବୃଦ୍ଧି ପ୍ରତିବାଦ

ଆସନ୍ତାକାଲି କଂଗ୍ରେସର ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ ଅାସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ।  ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ କରିବ ଦଳ। ବନ୍ଦ ପାଳନ ବେଳେ ଜରୁରିକାଳୀନ ସେବାକୁ ବାଦ ଦିଅାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଔଷଧ ଦୋକାନ, ଅାମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି।  ଅାସନ୍ତାକାଲି ବିଧାନସଭା ଯିବେନି କଂଗ୍ରେସ ବିଧାୟକ। ଅପରାହ୍ନ ୩ଟା ଯାଏ ବିଧାନସଭା ମୁଲତବି ରଖିବାକୁ ସରକାରଙ୍କୁ ଅାହ୍ୱାନ ଦେଇଛି କଂଗ୍ରେସ। ବିଜେଡିର ସାଂକେତିକ ବିରୋଧ ଚଳିବ ନାହିଁ ବୋଲି ନିରଂଜନ କହିଛନ୍ତି।

ତେଲ ଦର ବୃଦ୍ଧି ଯଦି ସରକାରଙ୍କୁ ବାଧୁଛି ତେବେ ଏହାକୁ ଜିଏସଟି ପରିସରକୁ ଅାଣିବାକୁ କଂଗ୍ରେସ ଅାହ୍ୱାନ ଦେଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ଟାର୍ଗେଟ କରିଛି କଂଗ୍ରେସ। ଉଜ୍ଜଳା ଯୋଜନା ବିଫଳ ହୋଇଛି, ଗରିବ ଲୋକ ଗ୍ୟାସ୍‌ ନେବାକୁ ଅସମର୍ଥ। କେବଳ ବିଜ୍ଞାପନରେ ପ୍ରଚାର ଚାଲିଛି ବୋଲି କେନ୍ଦ୍ରକୁ ନିରଂଜନ ସମାଲୋଚନା କରିଛନ୍ତି।

You might also like