ନୀତି ଆୟୋଗ ବୈଠକକୁ ଗଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୀତି ଆୟୋଗ ବୈଠକକୁ ଯାଇନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ହେବାକୁ ଥିବା ପ୍ରସ୍ତାବିତ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଲିଖିତ ଭାବେ ନୀତି ଆୟୋଗକୁ ଅବଗତ କରାଇଥିବା ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ।

ଗତବର୍ଷ ଏହି ବୈଠକକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଚଳିତ ଥର କାହିଁକି ଗଲେନି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଓଡ଼ିଶାର ସମସ୍ୟା ଠିକ୍ ଫୋରମରେ କହିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ନୁହଁନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ କହିଛନ୍ତି ସାମ୍ବିଧାନିକ ଦାୟିତ୍ୱ ଭୁଲି, ଦଳୀୟ ଦାୟିତ୍ୱରେ ମନ ଦେଉଛନ୍ତି ନବୀନ। ଏହା ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହଁ। ନୀତି ଆୟୋଗ, ଆୟୁଷ୍ମାନ, ଆକାଂକ୍ଷା ଯୋଜନାକୁ ବୟକଟ୍ କରି ମୁଖ୍ୟମନ୍ତ୍ରୀ କେଉଁ ଭାଷା କହୁଛନ୍ତି ବୋଲି ନବୀନଙ୍କୁ ଟାର୍ଗେଟ କରିଛନ୍ତି ଜୁଏଲ୍। ସେପଟେ ଜବାବ ରଖିଛି ବିଜେଡି।

You might also like