କଟକରୁ ଢେଙ୍କାନାଳ ଦୂରତା କମିବ: ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ମଧୁସୂଦନ ସେତୁ

କଟକ: ଉତ୍କଳ ଦିବସ ଅବସରରେ ଆଜି ମହାନଦୀ ଉପରେ ମଧୁସୂଦନ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେତୁ ହେବା ଫଳରେ ଜନସାଧାରଣ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା କଟକ ସହିତ ଚୌଦ୍ୱାର ନୂଆପାଟଣାକୁ ସଂଯୋଗ କରିବ। ଫଳରେ କଟକରୁ ଢେଙ୍କାନାଳର ଦୂରତା ପାଖାପାଖି ୧୬ କିଲୋମିଟର କମିଯିବ।

ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଗତ ୧୭ ବର୍ଷ ଭିତରେ ୩୧୮ଟି ବୃହତ ସେତୁ ଓ ଗତ ୩ ବର୍ଷ ମଧ୍ୟରେ ୧୦୮ଟି ସେତୁ ନିର୍ମାଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କେବଳ ମହାନଦୀ ଉପରେ ୭ଟି ବୃହତ ସେତୁର ନିର୍ମାଣ ହୋଇଥିବା ବେଳେ ଆଉ ୫ଟିର କାମ ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

You might also like
Comments
Loading...