୨୦୨୪ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେଉଛନ୍ତି ଓଡ଼ିଆ ପୁଅ ସୋମେଶ
ରାଉରକେଲା : ସର୍ବଭାରତୀୟ ଦୌଡ଼ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼ରେ ରାଉରକେଲା ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ର ସୋମେଶ ସ୍ୱାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ରାଉରକେଲା ରେଳ ଷ୍ଟେସନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଦିଲ୍ଲୀ ପବ୍ଲିକ ସ୍କୁଲ ପଡିଆରେ କୋଚ ଧୀରେନ ସାମନ୍ତ ସିଂହାରଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି ସୋମେଶ। ଏହାପରେ ଜମାଇକାରେ ବିଦେଶୀ କୋଚଙ୍କ ଠାରୁ ପ୍ରଶିକ୍ଷଣ ନେବାକୁ ତାଙ୍କୁ ଚୟନ କରିଛନ୍ତି। ଆୟୋଜକ ଗ୍ୟାସ୍ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼। ଏବେ ସେ ୨୦୨୪ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେଉଛନ୍ତି।