ରତ୍ନଭଣ୍ଡାର ଚାବି ହଜିବା ଘଟଣା: ୧୧ରେ ବିଜେପିର ରାଜ୍ୟବ୍ୟାପି ଆନ୍ଦୋଳନ

ପୁରୀ:  ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦ କରି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି। ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ଉପଖଣ୍ଡରେ ବିକ୍ଷୋଭ କରିବାକୁ ଅଣ୍ଟା ଭିଡ଼ିଛି ଦଳ। ଏହା ପରଦିନ ଅର୍ଥାତ ୧୨ ତାରିଖରୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦିଆଯିବ ବୋଲି ବିଜେପି କହିଛି। ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଏହି ସୂଚନା ଦେଇଛନ୍ତି। ଏପରିକି ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ସମୂହ ଦୀପଦାନ କରିବାକୁ ବିଜେପି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।

ଏହା ବ୍ୟତିତ ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ ସମାଲୋଚନା କରିଛି ବିଜେପି। ଘଟଣାରୁ ଦୃଷ୍ଟି ହଟାଇବା ପାଇଁ  ରାଜ୍ୟ ସରକାର ହୀନ ପ୍ରୟାସ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। ନିଜର ଅପାରଗତାକୁ ଲୁଚାଇବା ପାଇଁ ଗଜପତି ମହାରାଜଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛି ବିଜେପି କହିଛି।

ଆହୁରି ପଢ଼ନ୍ତୁ

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

You might also like