ଦୁବାଇରେ ଫସିଛନ୍ତି ଓଡ଼ିଆ ଯୁବକ

ଭୁବନେଶ୍ୱର: ଦୁବାଇରେ ଫସି ରହିଛନ୍ତି ଓଡ଼ିଆ ଯୁବକ। ଓଡ଼ିଆ ଯୁବକ ଦିବ୍ୟରଂଜନଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ।

ସେହିପରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ସେ ଚିଠିଲେଖିଛନ୍ତି। ଦିବ୍ୟରଂଜନଙ୍କୁ ମୁକ୍ତ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ପ୍ରତ୍ୟୁଷା।

କନ୍ଧମାଳ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଉରୁମୁଣ୍ଡା ଗାଁର ଦିବ୍ୟରଂଜନ ବେହେରା ଗତ ୨ ମାସ ଧରି ଦୁବାଇରେ ଫସି ରହିଛନ୍ତି।  ଦିବ୍ୟରଂଜନଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ୧୯ ଜଣ ମଧ୍ୟ ଫସି ରହିଛନ୍ତି। ସମସ୍ତଙ୍କ ପାସପୋର୍ଟ ଜବତ କରିଛି ଦୁବାଇ ପୋଲିସ। ପାସପୋର୍ଟ ନଥିବାରୁ ସେମାନେ ଭାରତ ଫେରିପାରୁନାହାନ୍ତି।

ସୂଚନା ଅନୁସାରେ, ଦୁବାଇରେ କାମ କରୁଥିବା କମ୍ପାନୀରେ ଟଙ୍କା ନେଣ ଦେଣ ବକେୟା ଥିବାରୁ ତାଙ୍କୁ ଏଭଲି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି।

ଅନ୍ୟପକ୍ଷରେ, ଦିବ୍ୟରଂଜଙ୍କ ଆଜି ବାହାଘର ଥିବା ବେଳେ ପରିସ୍ଥିତିକୁ ନେଇ ବିବାହ ଉତ୍ସବକୁ ଘୁଞ୍ଚାଇ ଦିଆଯାଇଛି।

You might also like