ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର: ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଥାନା ଭାଟେଣି ଗାଁର ଶ୍ୟାମପଦ ମାଇତିଙ୍କ ପୁଅ ଶ୍ରୀବିନ୍ଦୁ ମାଇତି।
ଶ୍ରୀବିନ୍ଦୁ ଦୁବାଇରେ ୨ ବର୍ଷ ଧରି କାମ କରି ଆସୁଥିଲେ। ସେ ଘରକୁ କିଛି ଦିନ ତଳେ ଆସିଥିବା ବେଳେ ଗତ ୧୦ ଦିନ ହେବ ପୁଣି ଥରେ ଦୁବାଇ ଯାଇଥିଲେ। ହେଲେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଘରକୁ ଆସିଥିଲା।
ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିବା ସୂଚନା ପାଇଥିଲେ ପରିବାର ଲୋକ। ମୃତ୍ୟୁର କାରଣ ଜଣା ପଡିନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରଛନ୍ତି।