ବିମାନବନ୍ଦରରେ ମିଳିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମିଳିବ ପାରମ୍ପରିକ ଓଡ଼ିଆ ଖାଦ୍ୟ। ରଜ ପୂର୍ବରୁ ଏହି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ। ଏଥିପାଇଁ ବିମାନବନ୍ଦର ଟର୍ମିନାଲ୍-୧ ବାହାରେ ନୂତନ ଫୁଡ୍ ଓ ବେଭେରେଜ୍ ପଏଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବିମାନବନ୍ଦର ଭଳି ସ୍ଥାନରେ ବିଭିନ୍ନ ସାମଗ୍ରୀର ଦର ଅଧିକ ରହୁଥିବା ବେଳେ ଫୁଡ୍ ଓ ବେଭେରେଜ୍ କାଉଣ୍ଟରରେ କମ ଦାମରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଲଇଟ୍ ବାଇଟ୍ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଫୁଡ୍ ଓ ବେଭେରେଜ୍ କାଉଣ୍ଟରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆସନ୍ତା ରଜ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ କରି ଫୁଡ୍ ଓ ବେଭେରେଜ୍ ବିକ୍ରୟ ଆରମ୍ଭ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

odia foodଭେଜ୍ ଥାଳି ବା ମିଲ୍ ୮୦ ଟଙ୍କା, ଓ ଚା କପ୍ ୫ ଟଙ୍କାରୁ ଆରମ୍ଭ ହେବ। କେବଳ ଶସ୍ତାରେ ନୁହେଁ, ଓଡ଼ିଶାର ବିଭିନ୍ନ ପାରମ୍ପରିକ ଖାଦ୍ୟ ମଣ୍ଡା, କାକରା ପ୍ରଭୃତି ମଧ୍ୟ ଏଠାରେ ଉପଲବ୍ଧ ହେବ। ସମୟ ଅନୁସାରେ ଓଡ଼ିଶାର ଯେଉଁ ପର୍ବ ପାଳନ ହେଉଥିବ, ସେହି ପର୍ବ ଅନୁଯାୟୀ ଖାଦ୍ୟ ଦ୍ରବ୍ୟ ଯୋଗାଇଦେବା ପାଇଁ ଯୋଜନା କରାଯାଉଛି।

ଯାତ୍ରୀ ପରିବହନ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିରେ ସମଗ୍ର ଦେଶର ଅନ୍ୟ ବିମାନବନ୍ଦରଠାରୁ ବେଶ୍ ଆଗରେ ରହିଛି ଭୁବନେଶ୍ୱର ବିମାନବନ୍ଦର। ଏବେ ଏହି ନୂତନ ଯୋଜନା ତଥା ପାରମ୍ପରିକ ଖାଦ୍ୟର ସମ୍ଭାର ନିଶ୍ଚିତ ଆଗନ୍ତୁକ ଯାତ୍ରୀଙ୍କୁ ଓଡ଼ିଶାର ପରମ୍ପରା ସମ୍ପର୍କରେ ଅଧିକ ଅବଗତ କରାଇବ ବୋଲି ଯାତ୍ରୀମାନେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like