ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ନେଇ ବିବାଦ

ଭୁବନେଶ୍ୱର : ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ଭିନ୍ନ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଛନ୍ତି ସୋନା। ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି।

ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲଭାଲ ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ତେବେ ଏଥିରେ କୌଣସି ବିବାଦ ନାହିଁ ଏବଂ ସବୁ କଥାକୁ ନେଇ ବିବାଦ ସୃଷ୍ଟି ନକରିବାକୁ ସେ ଓଟିଭିକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ମଧ୍ୟ ଚର୍ଚ୍ଚିତ ଓଡ଼ିଆ ସମ୍ବଲପୁରୀ ଗୀତ ରଙ୍ଗବତୀ ଏବଂ ପ୍ରଖ୍ୟାତ ସୁଫି ଗୀତ ତୋରୀ ସୁରତ୍ କୁ ନେଇ ମଧ୍ୟ ସୋନା ବିବାଦ ଘେରକୁ ଆସିଥିଲେ।

You might also like