ପିଏନବି ଠକେଇ ମାମଲା: ଓଡ଼ିଆ ଅଧିକାରୀ ଗିରଫ

ନୂଆଦିଲ୍ଲୀ: ପିଏନବି ଠକେଇ ଲିଙ୍କରେ ଜଣେ ଓଡିଆ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡିଛି। ତାଙ୍କ ନାଁ ବିଷ୍ଣୁବ୍ରତ ମିଶ୍ର।  ସେ ୨୦୧୧ରୁ ୧୫ ପର୍ଯ୍ୟନ୍ତ PNB ବ୍ରାଡି ବ୍ରାଞ୍ଚର ଇଣ୍ଟରନାଲ ଚିଫ୍ ଅଡିଟର ଥିଲେ।

ହୀରା ବ୍ୟବସାୟୀ  ନିରବ ମୋଦି ଓ ତାଙ୍କ ସହଯୋଗୀ ମେହୁଲ ଚୋକସି ୧୩ହଜାର କୋଟିରୁ ଅଧିକ ଟଙ୍କା ପିଏନବିରୁ ଠକେଇ କରିଥିବା ଅଭିଯୋଗ ହୋଇଛି।

ଏହି ଠକେଇରେ ସାମିଲ ଥିବା ଅଭିଯୋଗରେ ବିଷ୍ଣୁବ୍ରତ ମିଶ୍ରଙ୍କୁ ଗିରଫ କରାଯାଇଛି।  ତାଙ୍କୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯିବା ପରେ ସିବିଆଇ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।

You might also like