ଏଣିକି ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ

ଅାସନ୍ତା ୧୫ ଦିନ ମଧ୍ୟରେ ନାମ ଫଳକ ଲଗାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଏଣିକି ଅାମ ରାଜ୍ୟରେ ସମସ୍ତ ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆରେ ନାମଫଳକ। ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି।  ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ସଚିବାଳୟରେ ଉନ୍ନୟନ କମିଶନର ଅାର୍. ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ନିର୍ଦ୍ଦେଶ ଅନୁପାଳନ ପାଇଁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ରହିଛି। ଅାସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଆରେ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ ରହିଛି। ଜିଏ ଓ ସାଧାରଣ ଅଭିଯୋଗ ବିଭାଗ ଏ ନେଇ ପଦକ୍ଷେପ ନେବେ।

ଏମିତିକି ଯେଉଁମାନେ ଓଡିଅା ନାମଫଳକ ଲଗାଉ ନାହାନ୍ତି, ସେମାନଙ୍କ ବିରୋଧରେ ସାଧାରଣ ଜନତା ଅଭିଯୋଗ କରିବା ପାଇଁ ଅାଗକୁ ଏକ ଅନଲାଇନ ପୋର୍ଟାଲ ଖୋଲାଯିବ। ଯେକେହି ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ।

You might also like