ମୁମ୍ବାଇ ଜେଲ୍‌ରେ ଓଡ଼ିଆ କଏଦୀଙ୍କ ମୃତ୍ୟୁ; ଭାଇ କହିଲେ, ନିର୍ଯାତନା ଦିଆଯାଉଥିଲା

ମୁମ୍ବାଇ: ମୁମ୍ବାଇର ତଲୋଜା ଜେଲ୍‌ରେ ଓଡ଼ିଆ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାସ୍ଥିତ ଛନ୍ଦା ଗାଁର ବଟକୃଷ୍ଣ ସ୍ୱାଇଁ ବୋଲି ଜଣାପଡ଼ିଛି। ୨୦ ବର୍ଷୀୟ ବଟକୃଷ୍ଣ ମୁମ୍ବାଇକୁ କାମ ଅନ୍ୱେଷଣରେ ଯାଇଥିଲେ। ତେବେ ସେଠାରେ ସେ ଡ୍ରାଇଭରଭାବେ କାମ କରୁଥିବା ବେଳେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେ ତଲୋଜା ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ।

ଗତ ୧୮ତାରିଖରେ ତାଙ୍କ ଭାଇ ଜାମିନରେ ଆଣିବା ପାଇଁ ତାଙ୍କୁ ଜେଲରେ ଭେଟିଥିଲେ। ଜେଲରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ଭାଇ କହିଛନ୍ତି। ତେବେ ଗତକାଲି ତାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବଟକୃଷ୍ଣଙ୍କ ପରିବାର ଲୋକେ।

You might also like