ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ। କଟକ ସେଲ୍‌ଟର ଛକ ବାସଭବନରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।

ହୃଦ୍‌ଘାତରେ ତାଙ୍କ ପରଲୋକ ଘଟିଛି। ପ୍ରାୟ ୧୦୦ ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ହିନ୍ଦୀ ଓ ତେଲୁଗୁ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ। କହିବାକୁ ଗଲେ ସେ ଓଲିଉଡ଼ର ମା’ ଥିଲେ। କାରଣ ସେ ମା’ ଭୂମିକାରେ ଅଭିନୟ କରି ନିଆରା ପରିଚୟ ସୃଷ୍ଟି କରିଥିଲେ।

ପୁଅ ମୋର କଳା ଠାକୁର, ସ୍ୱପ୍ନ ସାଗର, କି ହେବ ଶୁଆ ପୋଷିଲେ, ଶାଶୁ ହାତକଡି ଭାଉଜ ବେଡି, ଲକ୍ଷ୍ଣଣ ରେଖା, ପାଚେରୀ ଉଠିଲା ମଝି ଦୁଆରୁ, ଅଣ୍ଟି ଛୁରି ତଣ୍ଟିକାଟେ, ସୁନା ଚଢେଇ, ମମତା ମାଗେ ମୁଲ ଆଦି ଅନେକ ଫିଲ୍ମରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନମୋହି ପାରିଥିଲେ।  ୧୯୭୬ ମସିହାରେ କୃଷ୍ଣ ସୁଦାମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ ଅନିତା ଦାସ।  ବାଣୀଚିତ୍ର ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଭଳି ଅନେକ ପୁରସ୍କାର ମଧ୍ୟ ସେ ପାଇଛନ୍ତି।

ତାଙ୍କ ମୃତ୍ୟୁ ଖବରକୁ ନେଇ ଓଡ଼ିଆ ସିନେ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି। ସେଠି ତାଙ୍କ ମୃତ୍ୟଶଯ୍ୟା ନିକଟରେ ଅନିତାଙ୍କ ପୁତୁରା ତଥା ଓଲିଉଡ୍ ହିରୋ ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।

You might also like