ପୁଣି ସୋସିଅାଲ୍ ମିଡିଅାରେ ଯୁବତୀଙ୍କ ଫଟୋ ଭାଇରାଲ୍ କଲେ ଅଭିନେତା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସୋସିଅାଲ୍ ମିଡିଅାରେ ଯୁବତୀଙ୍କ ଫଟୋ ଭାଇରାଲ୍ ଅଭିଯୋଗ । ବାଳକୃଷ୍ଣ ନାମକ ଜଣେ ଅଭିନେତା ନିଜ ପ୍ରେମିକାଙ୍କ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି । ଏହା ସହ ସୋସିଅାଲ୍ ମିଡିଅାରେ ବିବାଦୀୟ ପ୍ରେମର ଗୁମର ବି ସେ ଖୋଲିଛନ୍ତି । ତେବେ ଘଟଣା ନେଇ ଏଯାଏଁ ପ୍ରେମିକାଙ୍କ ଅାଡୁ କୌଣସି ଏତଲା ଦିଅାଯାଇନଥିବାରୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି।

ସେହିପରି ଅନ୍ୟ ଏକ ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ତା ନାଁ ସୁଶାନ୍ତ ବେହେରା । ନିକଟରେ ପ୍ରେମିକା ସହ ଅନ୍ତରଙ୍ଗ କ୍ଷଣକୁ ଭାଇରାଲ କରି ଫେରାର ହୋଇଯାଇଥିଲା ସୁଶାନ୍ତ । ଥାନାରେ ମାମଲା ପରେ ପୋଲିସ ଜଟଣୀରୁ ତାଙ୍କୁ ଗିରଫ କରିଛି ।

You might also like