ଯୌନ କେଳେଙ୍କାରୀ ଅଡୁଅାରେ ଶାସକ ଦଳର ଏହି ନେତା

ଫୁଲବାଣୀ: ପୁଣି ଯୌନ କେଳେଙ୍କାରୀ ଅଡୁଅାରେ ଶାସକ ଦଳର ନେତା। ମୋବାଇଲ୍‌ରୁ ମୋବାଇଲ୍‌ ବୁଲୁଛି ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ଯୌନ ବ୍ୟଭିଚାରର ଭିଡିଓ। ଏବେ ପ୍ରଶ୍ନ ଉଠୁଛି ଭିଡିଓରେ ଥିବା ଯୁବତୀ ଜଣକ କିଏ? ରସିକିଅା ନେତାଙ୍କର ଏଭଳି କେତେ ଜଣ ଯୁବତୀଙ୍କ ସହ ସଂପର୍କ ରହିଛି ? କାରଣ କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ କହଁରଙ୍କ ନାଁରେ ଅାଣିଥିଲେ ଅସଦାଚରଣ ଅଭିଯୋଗ। କହଁର ତାଙ୍କୁ ବ୍ଲାକ୍‌ମେଲ୍ କରୁଥିବା ଯୁବତୀ ଜଣଙ୍କ ନିଜ ମାଆ ସହ ଅାସି ଥାନାରେ ଜଣାଇଥିଲେ।

ଏପରିକି ଦେବେନ୍ଦ୍ର ନିଜ ସହଯୋଗୀ ରିଙ୍କୁ ସାହୁଙ୍କ ସହ କିଛି ଦିନ ତଳେ ବିଳମ୍ବିତ ରାତିରେ ଘରେ ପଶି କାହିଁକି ଯୁବତୀ ଜଣକ ତାଙ୍କ ସହ ସଂପର୍କ ରଖୁନାହାଁନ୍ତି, ସେନେଇ ଧମକଚମକ ଦେବା ସହ ତାଙ୍କ ମାଅାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ପୁଲିସ ଅାଇପିସିର ଅନେକ ସଙ୍ଗିନ ଦଫାରେ କହଁରଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ କେବଳ ପୀଡ଼ିତାର ବୟାନ ରେକର୍ଡରେ ପୁଲିସର କାର୍ଯ୍ୟାନୁଷ୍ଠାନ ଏଯାଏଁ ସୀମିତ ରହିଛି। ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ବିବାହିତ ହୋଇଥିଲେ ମଧ୍ୟ ତାଙ୍କ ରସିକପଣକୁ ନେଇ କୁଅାଡେ ଅନେକ ଚର୍ଚ୍ଚା ହୁଏ। ଅନ୍ୟପକ୍ଷରେ କୌଣସି ଦଳୀୟ ପଦପଦବୀରେ ନଥିଲେ ମଧ୍ୟ ପଲିଟିକାଲ୍‌ ସର୍କଲରେ ତାଙ୍କର ବେଶ କାଟ୍‌ତି ଥିବା କୁହାଯାଉଛି।

ସେଥିପାଇଁ କଣ ପୁଲିସ୍ ଫେରାର୍ ନେତାଙ୍କୁ ଗିରଫ କରିବାକୁ ସାହସ ଜୁଟାଇପାରୁ ନାହିଁ କି? ତାକୁ ନେଇ ଉଠିଛି ପ୍ରଶ୍ନ। ସାଧାରଣ ଜୀବନରେ ଥିବା ବ୍ୟକ୍ତି ବିଶେଷ ବ୍ୟକ୍ତିଗତ ଜୀବନରେ ସଂଞ୍ଜମ ରଖିବା ବାଞ୍ଛନୀୟ।

ତେବେ ଭୁବନେଶ୍ୱର ମେୟର ହୁଅନ୍ତୁ କି ଦେବେନ୍ଦ୍ର କହଁରଙ୍କ ଯୌନ କେଳେଙ୍କାରୀ,ନେତାଙ୍କ ବିରୁଦ୍ଧରେ ଯେଭଳି ଗୋଟିକ ପରେ ଗୋଟିଏ ଅଭିଯୋଗ ଅାସୁଛି, ତାହା କେଉଁଠି ନା କେଉଁଠି ରାଜନେତାଙ୍କ ନୈତିକ ଅଧଃପତନ କୁତ୍ସିତ ଦିଗକୁ ଉଜାଗର କରୁଛି।

You might also like