ଭିଜିଲାନ୍ସ ଜାଲରେ OAS ଅଧିକାରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ OAS ଅଧିକାରୀ ଆଶୁତୋଷ ସାମଲ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଶୁତୋଷଙ୍କ ଘରେ ଚଢ଼ାଉ ହୋଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ କାର୍ଯ୍ୟରତ ଆଶୁତୋଷଙ୍କ ବଡ଼ଚଣା, ଭଣ୍ଡାରିପୋଖରୀ ଓ ଭୁବନେଶ୍ୱର ଘର ସହ ଅଫିସ୍ରେ ଚଢାଉ ହୋଇଛି। ତେବେ ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ସୂଚନା ମିଳିଛି।