ଅଗ୍ନି- ୫ କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ଭଦ୍ରକ: ଅଗ୍ନି- ୫ କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ। ଭଦ୍ରକର ଅବଦୁଲ୍‌ କଲାମ ଦ୍ୱୀପରେ ଥିବା ସମନ୍ୱିତ ପରୀକ୍ଷଣ କେନ୍ଦ୍ରର ୪ ନମ୍ବର ଲଞ୍ଚ୍‌ ପ୍ୟାଡ଼୍‌ରୁ ଅଗ୍ନି-୫ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି।

ସୂଚନା ଅନୁସାରେ, ସକାଳ ୯ଟା ୪୮ ମିନିଟରେ ଏହି କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ରହିଛି ୫ ହଜାର କିଲୋମିଟର।

୧୭ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର୧ ଟନରୁ ଅଧିକ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ।

You might also like