କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କଣିହାଁସ୍ଥିତ NTPCରେ କୋଇଲା ସଙ୍କଟ ଉତ୍କଟ ହେବାରେ ଲାଗିଛି। ଯାହାର ପ୍ରଭାବ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ଉପରେ ପଡିବାନେଇ ଆଶଙ୍କା ଦେଖାଦେଇଛି।

NTPCର ୩ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ଦୈନିକ ପ୍ରାୟ ୫୫ ହଜାର ମେଟ୍ରିକ ଟନ୍ କୋଇଲାର ଆବଶ୍ୟକତା ଥିବା ବେଳେ NTPCକୁ ମିଳୁଛି ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ଅର୍ଥାତ୍ ପ୍ରାୟ ୪୦ହଜାର ମେଟ୍ରିକ ଟନ୍ କୋଇଲା।

ଫଳରେ NTPCର ୩ ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟର ୬ଟି ୟୁନିଟ୍ ଚଳାଇବା ପାଇଁ ଷ୍ଟକ୍‌ୟାର୍ଡରେ ଗଚ୍ଛିତ ଥିବା କୋଇଲାକୁ ବ୍ୟବହାର କରାଯାଉଛି। ଫଳରେ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ନେଇ ଆଶଙ୍କା ଦେଖାଦେଇଛି। ଏହା ଯୋଗୁଁ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ବିଭିନ୍ନ ରାଜ୍ୟକୁ ବିଦ୍ୟୁତ୍ ପରିବହନ ମଧ୍ୟ ପ୍ରଭାବିତ ହୋଇପାରେ।

You might also like