ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧାରେ ପୁଲିସ୍‌ ଏନ୍‌କାଉଣ୍ଟର। ନିରାକାରପୁର ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ ଖାନ୍‌ ଆହତ ହୋଇଛି। ତାର ବାମ ଆଣ୍ଠୁ ଓ ପାଦରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଫିରୋଜ ନାଁରେ ପାଖାପାଖି ୪୦ଟି ଅପରାଧିକ ମାମଲା ରହିଛି।

You might also like