ATMରେ ମୂଷା ଖାଇଗଲେ ୧୨ ଲକ୍ଷ ଟଙ୍କା

ଗୌହାଟି: ମୂଷାମାନେ ଘରେ କାଗଜପତ୍ର ଅବା କପଡା କାଟି ଥିବାର ଅାପଣ ଦେଖିଥିବେ I କିନ୍ତୁ ATM ମେସିନ ଭିତରେ ପଶି ଟଙ୍କା କାଟି ଟୁକୁଡା ଟୁକୁଡା କରିବା ଘଟଣା ଶୁଣି ନଥିବେ I ଘଟଣାଟି ଅାପଣଙ୍କୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି ସତ I ମୂଷା କାଟିଥିବା ୫୦୦ ଏବଂ ୨୦୦୦ ଟଙ୍କିଅା ନୋଟ ଫଟୋ ଏବେ ସୋସିଅାଲ ମିଡିଅାରେ ଭାଇରାଲ ହୋଇଛି I

ସୂଚନା ଅନୂଯାୟୀ, ଅାସାମର ତିନିସୁକିଅା ଜିଲ୍ଲାର ଲାଇପୁଲି ଅଞ୍ଚଳରେ ରହିଛି ଏହି ATM I ଷ୍ଟେଟ୍ ବ୍ୟାଙ୍କର ଏହି ATMରେ ଥିବା ୧୨ ଲକ୍ଷ ୩୮ ହଜାର ଟଙ୍କାର ନୋଟକୁ ମୂଷାମାନେ କାଟି ଖଣ୍ଡ ଖଣ୍ଡ କରି ଦେଇଛନ୍ତି I ବୈଷୟିକ ତ୍ରୁଟି ଯୋଗୁ ATMଟି ଗତ ମେ ମାସ ୨୦ ତାରିଖରୁ ବନ୍ଦ ରହିଥିଲା I ATMର ପରିଚାଳନା ଦାୟିତ୍ୱରେ ଥିବା ଗୌହାଟିର ଗ୍ଲୋବାଲ ବିଜନେସ ସଲ୍ୟୁସନ କମ୍ପାନି ମେ ୨୯ ତାରିଖରେ ATMରେ ୨୯ ଲକ୍ଷ ଟଙ୍କା ଭର୍ତ୍ତି କରିଥିଲା I କିନ୍ତୁ ମେ ୨୯ ରୁ ATMଟିି ଖରାପ ହୋଇଯାଇଥିଲା I ପରେ ମେସିନକୁ କର୍ମଚାରୀମାନେ ଖୋଲିବାରୁ ଟଙ୍କା ଗୁଡିକୁ ମୂଷା କାଟି ଦେଇଥିବା ଦେଖିବାକୁ ପାଇଥିଲେ I ଏହି ଘଟଣାକୁ ନେଇ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ତିନିସୁକିଅା ପୋଲିସ ଥାନାରେ ଏକ ଏତଲା ଦିଅାଯାଇଛି I

You might also like