ପୁରୀ ସ୍ୱର୍ଗଦ୍ୱାରରେ ଅଭିନେତ୍ରୀ ଅନିତା ଦାସଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ବର୍ଷୀୟାନ୍‌ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀର ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି।

ଶେଷକୃତ୍ୟ ବେଳେ ପରିବାର ଲୋକଙ୍କ ସହ ଓଲିଉଡ଼ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ଉପସ୍ଥିତ ଥିଲେ। ଅନିତାଙ୍କ ପୁତୁରା ଅଂଶୁମାନ ଦାସ ମୁଖାଗ୍ନି ଦେଇଥିଲେ।

ଗତକାଲି ହୃଦ୍‌ଘାତରେ ଦେହାନ୍ତ ପରେ ଅନିତାଙ୍କ ଶେଷ ଦର୍ଶନ ପାଇଁ କଟକ ମିଶନ ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଓଲିଉଡ୍ ଜଗତର ବହୁ କଳାକାରଙ୍କ ସହ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ ଲାଗିଥିଲା। ଏହାପରେ ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ଜନ୍ମମାଟି ଯାଜପୁର ରୋଡ଼୍ ବୀଣାପାଣି ସାହି ସ୍ଥିତ ବାସଭବନକୁ ନି‌ଆଯାଇଥିଲା।

You might also like