ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ୧୯୩୧ ମସିହାରେ ଜନ୍ମିତ ସ୍ୱର୍ଗତ ପଣ୍ଡା ଖାଲି ଓଡ଼ିଶା ନୁହେଁ ଭାରତୀୟ ଶିଳ୍ପ ଜଗତରେ ଜଣେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ।

ତାଙ୍କ ଉଦ୍ୟମରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିବା ଇମ୍ଫାର ସେ ଥିଲେ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ। ରାଜ୍ୟର ସର୍ବ ବୃହତ ଫେରୋ ଅାଲଏଜ୍ କାରଖାନା-ଇମ୍ଫା ଅାଜି ସାରା ବିଶ୍ୱରେ ସୁପରିଚିତ।

ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ବଂଶୀଧର ପଣ୍ଡା ଜଣେ ଶିଳ୍ପପତି ସହ ବୈଜ୍ଞାନିକ ମଧ୍ୟ ଥିଲେ। ଉତ୍କଳ ଚାମ୍ବର ଅଫ କମର୍ସର ପୂର୍ବତନ ସଭାପତି ଥିଲେ ବଂଶୀଧର ପଣ୍ଡା। ସେ ତାଙ୍କ ଜୀବନ କାଳ ମଧ୍ୟରେ ବହୁ ଅନୁଷ୍ଠାନ ସହ ପଦ ପଦବୀରେ ରହିଥିଲେ। ଅାଇଅାଇଟି ଖଡ଼ଗପୁର ଓ ଅାଇଅାଇଏମ୍ କୋଲକାତାର ବୋର୍ଡ ଅଫ୍ ଗଭର୍ଣ୍ଣିଂ ବଡ଼ି ସଦସ୍ୟ ଥିଲେ ବଂଶୀଧର ପଣ୍ଡା। ସେ ବନାରସ ହିନ୍ଦୁ ୟୁନିଭର୍ସିଟି, ହାଭାର୍ଡ ୟୁନିଭର୍ସିଟି ଓ ମିଚିଗାନ୍ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟିରୁ ଶିକ୍ଷାପ୍ରାପ୍ତ କରିଥିଲେ।

ବଂଶୀଧରଙ୍କ ବିୟୋଗରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like