ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି

ଭୁବନେଶ୍ୱର : ରାଜ୍ୟରେ ହୋଇଥିବା କାଳବୈଶାଖୀରେ ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ବିଶେଷ କରି ବଜ୍ରପାତରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କାଳବୈଶାଖୀରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।

ସେହିପରି ୬ଟି ଜିଲ୍ଲାରୁ ଫସଲ କ୍ଷତି ନେଇ ରିପୋର୍ଟ ଆସିଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ। ବରଗଡ଼, ସୁବର୍ଣ୍ଣପୁର, ମାଲକାନଗିରି, ଢେଙ୍କାନାଳ, ଯାଜପୁର ମୟୂରଭଞ୍ଜ ଏବଂ ବରଗଡ଼ରେ ସର୍ବାଧତ୍କ ଫସଲ ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।

ଏହି ୭ଟି ଜିଲ୍ଲାରେ ୨୬ ହଜାର ୮୯୯ ହେକ୍ଟର ଫସଲ ନଷ୍ଟ ହୋଇଥିବାବେଳେ ସୁବର୍ଣ୍ଣପୁରରେ ୯୨୩ ହେକ୍ଟର ଫସଲ କ୍ଷତି ହୋଇଛି। ସେହିପରି ୫୬୧ଟି ଘର ନଷ୍ଟ ହୋଇଥିବା ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି।

You might also like