ଆଶ୍ଚର୍ଯ୍ୟ ! ଏହି ଝିଅକୁ ଆଡ୍ମିସନ ଦେବାକୁ ୧୧୩ କଲେଜ ମଧ୍ୟରେ ପ୍ରତିଯୋଗିତା
ଆମେରିକା : ସବୁ କଲେଜରେ ବର୍ତ୍ତମାନ ଆଡ୍ମିସନ ଋତୁ ଆରମ୍ଭ ହୋଇଗଲାଣି। ଭଲ କଲେଜରେ ଆଡମିସନ କେମିତି ପାଇବେ ଏଥିପାଇଁ ଷ୍ଟୁଡେଣ୍ଟମାନେ ଚିନ୍ତିତ। ହେଲେ ଆପଣ ବିଶ୍ୱାସ କରିବେନି ଏମିତି ଜଣେ ଝିଅ ଅଛନ୍ତି , ଯାହାଙ୍କୁ ନିଜ କଲେଜରେ ଆଡମିସନ କରିବାକୁ ୧୧୩ଟି କଲେଜ ଲାଇନ୍ ଲଗେଇ ଅପେକ୍ଷା କରିଛନ୍ତି।
ସୂଚନା ଅନୁସାରେ, ଆମେରିକାର ନର୍ଥ କାରୋଲିନା ଷ୍ଟେଟ୍ରେ ରହୁଥିବା ୧୭ ବର୍ଷୀୟ ଜସ୍ମିନ୍ ହାରିସନ୍ଙ୍କୁ ୟୁଏସ୍ର ବଡ଼ ବଡ଼ କଲେଜ ଆଡମିସନ ଦେବାକୁ ଚାହୁଁଛନ୍ତି। ଜସ୍ମିନ୍ ସ୍କୁଲ୍ ପରୀକ୍ଷାରେ ଭଲ ମେରିଟ୍ ସହ ସଫଳତା ହାସଲ କରିଛନ୍ତି। ରେଜଲ୍ଟ ଆସିବା ପରେ ବଡ଼ ବଡ଼ କଲେଜ ତାଙ୍କୁ ସ୍କୋଲାରସିପ୍ ସହ ଆଡ୍ମିସନ୍ ଦେବାକୁ ଇଚ୍ଛା କରିଛନ୍ତି।
ଉଲ୍ଲେଖନୀୟ ଯେ, ଜସ୍ମିନ୍ ଅନେକ କଲେଜରେ ବାୟୋଲଜି ଡିଗ୍ରୀ କୋର୍ସ ପାଇଁ ଆବେଦନ କରିଛନ୍ତି ଏବଂ ଏହା ପରେ ତାଙ୍କ ପାଖକୁ ସବୁ କଲେଜରୁ ଆଡମିସନ ପାଇଁ ଅଫର୍ ପହଁଞ୍ଚିଛି। ଆଉ ମଧ୍ୟ ଆଡମିସନ ଦେବା ସହ ଅଧିକରୁ ଅଧିକ ସ୍କୋଲାରସିପ୍ ଦେବାକୁ ପ୍ରସ୍ତୁତ ଅଛନ୍ତି। ହାଇ ମେରିଟ୍ର ଆଧାରରେ ପାଖାପାଖି ୩୦ କୋଟି ଟଙ୍କା ଯାଏ ସ୍କଲାରସିପ୍ ଦିଆଯାଉଛି।
ସୋସିଆଲ୍ ମିଡିଆରେ ଜସ୍ମିନ୍ଙ୍କୁ ଅନେକ ଲୋକ ଶୁଭକାମନା ଜଣାଉଛନ୍ତି। ନିଜର ଏହି ରେଜଲ୍ଟ ଦେଖି ଜସ୍ମିନ୍ ଖୁବ୍ ଆଶ୍ଚର୍ଯ୍ୟ। ସେ କେବେ ଭାବିନଥିଲେ କି ମେରିଟ୍ ପାଇବେ। ଜସ୍ମିନ୍ ଇଣ୍ଟେନ୍ସିଭ୍ କେୟାର ଡିପାର୍ଟମେଣ୍ଟ(NISU)ରେ ଜଣେ ନର୍ସ ଭାବେ କ୍ୟାରିୟର କରିବାକୁ ଚାହୁଁଛନ୍ତି।
ବର୍ତ୍ତମାନ ତାଙ୍କ ପାଖରେ ୟୁଏସ୍ର ଟପ୍-୧୦ କଲେଜର ଅପର୍ ଲେଟର। କେଉଁ କଲେଜରେ ପଢିବେ ଏହା ସେ ଚିନ୍ତା କରୁଛନ୍ତି।