ନୀରବ ମୋଦି, ମେହୁଲ ଚୋକ୍ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଋଣ ଖିଲାପକାରୀ ହିରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନ୍ବିଡବ୍ଲ୍ୟୁ) ଜାରି ହୋଇଛି। ସିବିଆଇର ଏହି ଆବେଦନକୁ ମୁମ୍ବାଇରେ ସ୍ୱତନ୍ତ୍ର ସିବିଆଇ ଅଦାଲତ୍ ମଞ୍ଜୁର କରିବା ପରେ ଉଭୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି।
ଭାରତୀୟ ବ୍ୟାଙ୍କଗୁଡ଼ିକର ବିଦେଶୀ ଶାଖାର ଅଧିକାରୀମାନେ ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ୍ ଚୋକ୍ସିଙ୍କ ସମ୍ବନ୍ଧିତ କମ୍ପାନୀକୁ ଆର୍ଥୀକ ସହଯୋଗ କରିଥିବା ନେଇ ପୂର୍ବରୁ ଏଲ୍ଓୟୁ(ଲେଟର ଅଫ୍ ଅଣ୍ଡର ଟେକିଂ) ଜାରି କରିଥିଲା ପିଏନ୍ବି। ଏଥିପାଇଁ ସିବିଆଇ ବିଦେଶୀ ଶାଖାଗୁଡ଼ିକରେ ଥିବା ଅଧିକାରୀମାନଙ୍କୁ ପଚରାଉଚରା କରୁଛି। ଯେଉଁ ଅଧିକାରୀମାନେ ଆଲ୍ହାବାଦ୍ ବ୍ୟାଙ୍କର ହଂକଂ ଶାଖାରେ ବିଦେଶୀ ମୁଦ୍ରା ଦେଣନେଣ କରିଛନ୍ତି ସେମାନଙ୍କୁ ଡକାଇ ପଚରଉଚାର କରାଯାଉଛି ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।