୩ବର୍ଷ ହେଲାଣି ସ୍କୁଲ ଚାଲିଛି ମନ୍ଦିର ବେଢ଼ାରେ : ପମ୍ପହାଉସରେ ଚାଲିଛି ଅଙ୍ଗନବାଡି

କଟକ : ଯେଉଁଠି ଠାକୁର ଦର୍ଶନ, ସେଇଠି ପାଠପଢା। ଗୋଟେପଟେ ପୂଜାର୍ଚ୍ଚନା, ଅନ୍ୟପଟେ ପାଠ ଆଲୋଚନା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ମୁରୁକୁଣ୍ଡି ଗାଁ ରେ। ଏଠାରେ ଥିବା ବାଣେଶ୍ୱରୀ ଶିବମନ୍ଦିର ବେଢ଼ା ପାଲଟିଛି ପିଲାଙ୍କ ସ୍କୁଲଘର।

ସବୁଦିନ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଦେଖିବାକୁ ମିଳେ ଠିକ୍ ଏଇ ସମୟରେ। ତେବେ ସ୍କୁଲର ନିଜସ୍ୱ ଜାଗା ନଥିବାରୁ ଏଭଳି ଅବସ୍ଥାରେ ପାଠପଢା ହେଉଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ପିଲାଙ୍କ ସୁବିଧା ପାଇଁ ଅନେକଥର ପ୍ରଶାସନକୁ ଜଣାଇଲେ ବି କିଛି ସୁଫଳ ମିଳୁନଥିବାରୁ ପିଲାଙ୍କ ଭବିଷ୍ୟତ କଣ ହେବ, ସେନେଇ ଚିନ୍ତିତ ଗ୍ରାମବାସ।

ଅନ୍ୟପଟେ ସେଇ ଗାଁର ଦାଶସାହି ଅଙ୍ଗନବାଡି ପାଇଁ ବି ନାହିଁ କୌଣସି ବିଶେଷ ସୁବିଧା। ଘରଟିଏ ନଥିବାରୁ ଜଳସେଚନ ବିଭାଗର ପମ୍ପହାଉସ୍ ଘର ବାରଣ୍ଡାରେ ବସି ପଢୁଛନ୍ତି ଛୋଟ ଛୋଟ ପିଲା।ଜମି ଅଧିଗ୍ରହଣ ହୋଇନଥିବାରୁ ଏସବୁ ପ୍ରକଳ୍ପର  ଗୃହନିର୍ମାଣ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଗାଁଲୋକେ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ତହସିଲଦାର।