ରାସ୍ତା ନଥିଲା, ଆମ୍ବୁଲାନ୍ସ ଆସିପାରିଲାନି, ଚାଲିଗଲା ରୋଗୀର ଜୀବନ

ମାଲକାନଗିରି: ରାସ୍ତାରେ ଚାଲିଗଲା ରୋଗୀର ଜୀବନ। ଗାଁକୁ ରାସ୍ତା ନ ଥିବାରୁ ରୋଗୀକୁ ଆଣିବାକୁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀକୁ ଖଟିଆରେ ୪ କିଲୋମିଟର ଆଣିବା ବାଟରେ ରୋଗୀର ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ।

ସୂଚନା ଅନୁସାରେ, ଖଇରପୁଟ କାଦଗୁଡ଼ା ଗାଁର ଜମ୍ବତି କଂସାରୀ ନାମ୍ନୀ ଜଣେ ମହିଳାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରିନଥିଲା। ଶେଷରେ ପରିବାର ଲୋକେ ଖଟିଆରେ ରୋଗୀଙ୍କୁ ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଆମ୍ବୁଲାନ୍ସ ରୋଗୀଙ୍କୁ ଧରି ଗୋବିନ୍ଦପାଲ୍ଲୀ ସ୍ୱାସ୍ଥ୍ୟକେନ୍ଦ୍ର ଆସିବା ବାଟରେ ହିଁ ରୋଗୀର ପ୍ରାଣବାୟୁ ଉଡିଯାଇଥିଲା।

You might also like