ଧର୍ମେନ୍ଦ୍ର ଓ ଜୁଏଲଙ୍କୁ କଂଗ୍ରେସରେ ସାମିଲ ହେବାକୁ ନିରଞ୍ଜନଙ୍କ ଆହ୍ୱାନ
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମଙ୍କୁ କଂଗ୍ରେସରେ ଯୋଗ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟରରେ ଆହ୍ୱାନ ଦେଇଛନ୍ତି।
ସେ ଲେଖିଛନ୍ତି ଯଦି ସେମାନେ ଓଡ଼ିଶାବାସୀଙ୍କ ସେବା କରିବାକୁ ଚାହାନ୍ତି, ତେବେ ଦୁଇ କେନ୍ଦ୍ରମନ୍ତ୍ରୀ କଂଗ୍ରେସରେ ଯୋଗ ଦେବା ଉଚିତ କାରଣ କେବଳ କଂଗ୍ରେସ ହିଁ ରାଜ୍ୟର ଏକମାତ୍ର ବିଶ୍ୱସନୀୟ। ବିରୋଧୀ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ କଂଗ୍ରେସରେ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।
I urge Shri @dpradhanbjp and Shri @jualoram to join the Congress if they want to serve the people of Odisha as the Congress is the only credible opposition in Odisha. I urge Shri @PandaJay to do the same. (3/3)
— Niranjan Patnaik (@NPatnaikOdisha) August 10, 2018
ନିରଞ୍ଜନ ପଟ୍ଟନାୟକଙ୍କ ଏହି ଟ୍ୱିଟ୍ର ଉତ୍ତର ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ ଯାହା ବି କୁହନ୍ତୁ, କିନ୍ତୁ କେହି କହିପାରିବେ ନାହିଁ ଯେ, ତାଙ୍କର ଆତ୍ମବିଶ୍ୱାସ ନାହିଁ।
Now, whatever you say about Odisha's PCC President, you can't say he lacks chutzpah ??? https://t.co/jkruBWQQ90
— Baijayant Jay Panda (@PandaJay) 10 August 2018
ଟ୍ୱିଟରରେ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ଦେଇ ନିରଞ୍ଜନ ପୁଣି ଟ୍ୱିଟ୍ କରିଛନ୍ତି ଯେ, ଆପଣ ପସନ୍ଦ କରନ୍ତୁ ବା ନ କରନ୍ତୁ, କିନ୍ତୁ ପ୍ରକୃତ କଥା ହେଉଛି, ଓଡ଼ିଶାବାସୀଙ୍କ ସେବା ପାଇଁ ସଚ୍ଚୋଟତା, ପ୍ରତିଶ୍ରୁତିବଦ୍ଧତା ଦରକାର। ଏଥିରୁ ମତେ ଦୃଢ଼ ଆତ୍ମବିଶ୍ୱାସ ମିଳିଛି। ତେବେ ନିରଞ୍ଜନଙ୍କ ଟ୍ୱିଟ୍ ନେଇ ବିଜେପିର ପ୍ରତିକ୍ରିୟା ମିଳି ପାରି ନାହିଁ।
You may love it or hate it, @PandaJay ji, but the fact remains: integrity, honesty & commitment towards people of Odisha – that's where my chutzpah comes from ?
The BJP & BJD have deceived people of Odisha for a long time and even you don't deny it. https://t.co/ZoQzsmvZRm
— Niranjan Patnaik (@NPatnaikOdisha) August 10, 2018