ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ୍

ଭୁବନେଶ୍ୱର : ପଛୁଆ ଜିଲ୍ଲାରେ ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ DMF ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଟାର୍ଗେଟ୍।  ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନିରଂଜନ। ଏଭଳି ଫଣ୍ଡର କଣ ଉଦ୍ଦେଶ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସେ ପଚାରିଛନ୍ତି।

ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ DMFର ୯୦ ପ୍ରତିଶତ ଖର୍ଚ୍ଚ କରାଯାଇନାହିଁ । ଖଣି ଅଞ୍ଚଳ ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ସେଭଳି କିଛି ଉନ୍ନତିମୂଳକ କାମ କରିନାହାନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।

ପୂର୍ବରୁ ଡିଏମ୍ଏଫ୍ ପ୍ରସଙ୍ଗରେ କେନ୍ଦ୍ରର ପ୍ରସ୍ତାବକୁ ବିଜେଡି ସମାଲୋଚନା କରିଥିବାବେଳେ ଏହାର ଜବାବ ରଖିଥିଲା ବିଜେପି ।

You might also like