ସୋନାଙ୍କୁ ସମର୍ଥନ ,ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର : ଗାୟିକା ସୋନା ମହାପାତ୍ରଙ୍କ ନାଁରେ ଭଜନ କଦର୍ଥ ଅଭିଯୋଗ ପ୍ରସଙ୍ଗରେ ସୋନାଙ୍କୁ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଡ଼ା ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି, ସୋନା ଓଡ଼ିଶାରେ ଜନ୍ମ ହୋଇନାହାନ୍ତି କି ଓଡ଼ିଆ ପାଠ ପଢ଼ିନାହାନ୍ତି। ତା ସତ୍ତ୍ୱେ ବି ଓଡ଼ିଆ ଭଜନକୁ ପ୍ରସିଦ୍ଧ କରିବାକୁ ଚେଷ୍ଟା କରିଛନ୍ତି। ଏଠି ଓଡ଼ିଶାର ମୁଖ୍ୟ ପ୍ରତିଦିନ ଓଡ଼ିଆକୁ କଦର୍ଥ କରୁଛନ୍ତି ,ହେଲେ ତାଙ୍କ ନାଁରେ କାହିଁକି ଏତଲା କରୁନ ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ତେବେ ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।
ଉଲ୍ଲେଖନୀୟ ଯେ ,ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ଭିନ୍ନ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଛନ୍ତି ସୋନା। ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ ମାତ୍ର, ଚରଣକୁ ଚରଣେ, ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି।
ଜଗନ୍ନାଥଙ୍କ ଏଭଳି ଲୋକପ୍ରିୟ ଜଣାଣକୁ ଭୁଲଭାଲ ଗାଇବା ନେଇ ସୋନାଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି।