ବୃଦ୍ଧାଙ୍କୁ ମାଡ଼ ହେଲା କାଳ: ନିଲମ୍ବନ ହେଲେ ଆଇଆଇସି

ନିମାପଡ଼ା: ବୃଦ୍ଧାଙ୍କୁ ଥାନା ଭିତରେ ମାଡ଼ ମାରିବା ନିମାପଡ଼ା ଥାନା ଆଇଆଇସିଙ୍କ ପାଇଁ ମହଙ୍ଗା ହୋଇଛି। ଏଥିପାଇଁ ତାଙ୍କୁ ନିଲମ୍ବନ ହେବାକୁ ପଡିଛି। ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଜଣେ ବୃଦ୍ଧାଙ୍କୁ ଥାନା ଭିତରେ ମାଡ ମାରିବା ଅଭିଯୋଗ ଆସିଥିଲା।

ଶାଶୁ-ବୋହୂ କଳି ତୁଟାଇବାକୁ ଥାନାକୁ ଡାକି ଥାନା ଭିତରେ ବୃଦ୍ଧାଙ୍କୁ ନିସ୍ତୁକ ମାଡ ମାରିଥିଲେ ମୃତ୍ୟୁଞ୍ଜୟ। ମାଡ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ହୋଇଥିଲା। ପ୍ରଥମେ ଥାନାରୁ ଅପସାରିତ କରାଯିବା ପରେ ଆଜି ତାଙ୍କୁ ସସ୍‌ପେଣ୍ଡ କରାଯାଇଛି।

You might also like