ଆଜି ରତ୍ନ ସିଂହାସନକୁ ବିଜେ ହେବେ ଶ୍ରୀଜିଉ

ପୁରୀ: ଆଜି ରଥଯାତ୍ରାର ଅନ୍ତିମ ଦିନ। ଆଜି ରତ୍ନ ସିଂହାସନକୁ ବିଜେ ହେବେ ଶ୍ରୀଜିଉ। ରଥାରୂଢ଼ ଚତୁର୍ଦ୍ଧା ମୂରତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯିବ।

ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବା ପରେ ଶ୍ରୀସୁଦର୍ଶନ, ପରେ ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ରତ୍ନ ସିଂହାସନକୁ ବିଜେ କରାଯିବ। ତା’ପରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହେବ ।  ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥାଏ।

ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତକାଲି ସିଂହଦ୍ୱାରରେ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ନୀତି ସଂପନ୍ନ ହୋଇଥିଲା।

ପାରମ୍ପରିକ ରୀତିନୀତିରେ ପ୍ରଥମେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥରେ ଅଧରପଣା ଅର୍ପଣ କରାଯିବା ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଅଧରପଣା ନୀତି ସଂପନ୍ନ ହୋଇଥିଲା।

ଆହୁରି ପଢ଼ନ୍ତୁ

You might also like