ମୋବାଇଲ ପାଇଁ ଝଗଡ଼ା : ଘରୁ ଝୁଲନ୍ତା ଅବସ୍ଥାରେ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର
ଖୋର୍ଦ୍ଧା : ମୋବାଇଲ ପାଇଁ ଝଗଡ଼ା। ସେହି ଝଗଡ଼ାରୁ ଯାଇଛି ଦୁଇଟି ଜୀବନ। ଏହି ଅଭବାନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଖାସମଲ କଲୋନିରେ। ଦୁଇ ମୃତକ ହେଲେ ଆଶିଷ କୁମାର ସ୍ୱାଇଁ ଓ ମିତା ବାରିକ।
ପରିବାର ଲୋକେ କହିଛନ୍ତି, କିଛି ଦିନେ ତଳ ଏମାନେ ମନ୍ଦିରରେ ବାହା ହୋଇଥିଲେ। ହେଲେ ଗତକାଲି ସଂଧ୍ୟାରେ ଘରୁ ଝୁଲନ୍ତା ଅବସ୍ଥାରେ ସେମାନଙ୍କର ମୃତଦେହ ମିଳିଛି। ପ୍ରଥମେ ଆଶିଷଙ୍କ ଭଉଣୀ ମୃତଦେହ ଦେଖି ପଡ଼ୋଶୀଙ୍କୁ ଡାକିଥିଲେ। ସେମାନଙ୍କ ରୁମରୁ ପୋଲିସ ଏକ ସୁଇସାଇଡ୍ ନୋଟ ପାଇଥିବା ଜଣାପଡ଼ିଛି। ମୋବାଇଲ ପାଇଁ ଝଗଡ଼ାରୁ ଯୋଗୁଁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ମିତା ସେହି ସୁଇସାଇଡ୍ରେ ଲେଖିଥିବା ସୂଚନା ମିଳିଛି। ତେବେ ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା, ସେ ନେଇ ପୋଲିସ ତଦନ୍ତ କରୁଛି। ରୁମ୍କୁ ସିଲ୍ କରାଯାଇଛି। ଆଜି ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯିବା ପରେ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯିବ।
ଦେଖନ୍ତୁ ଏହି ଭିଡ଼ିଓ-