ପୋଖରୀ ହୁଡ଼ାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ନୂଆପଡ଼ା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ନୂଆପଡ଼ା କୁରୁମପୁରୀ ଦଲଦଲି ଗାଁର ଏକ ପୋଖରୀ ହୁଡ଼ାରୁ ଜୀବନ୍ତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।

ଆଜି ସକାଳୁ କିଛି ଗାଁ ଲୋକ ଶିଶୁଟି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ପୋଖରୀ ହୁଡ଼ାରୁ ଶିଶୁଟିକୁ ପ୍ରଥମେ ଉଦ୍ଧାର କରାଯାଇ ଚାଇଲ୍ଡ ଲାଇନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଆଶାକର୍ମୀଙ୍କ ସହାୟତାରେ ନୂଆପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଶିଶୁ କନ୍ୟାଟି ୨-୩ ଦିନ ତଳେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି।  ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି।

You might also like