ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ନେଇ ନୂଆ ବିବାଦ

ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ରୁଲ୍‌ସ ୧୯୬୦ର ଧାରା-୭। ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଦୈନନ୍ଦିନ ଭକ୍ତଙ୍କଠାରୁ ଦାନ ସୂତ୍ରରେ ଆସୁଥିବା ସୁନା, ରୁପା ଓ ଅନ୍ୟ ଅଳଙ୍କାର ସବୁକୁ ଏକ ରେଜିଷ୍ଟରରେ ଏଣ୍ଟ୍ରି କରାଯାଇ ତାଲିକା କରାଯିବ। ଏସବୁକୁ ରତ୍ନଭଣ୍ଡାରରେ ଅଲଗା କରି ରଖାଯିବ। ପ୍ରତି ମାସରେ ରାଜ୍ୟ ସରକାରଙ୍କୁ ଏହାର ହିସାବ ଦିଆଯିବ। ହେଲେ ଶୃଙ୍ଖଳାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଛାଟ ପରେ ଏବେ ଏ ନିୟମକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି।

ଗତ ଶୁକ୍ରବାର ଦିନ ବିଗତ ୨୩ ବର୍ଷ ଧରି ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଦେଇଥିବା ଅଳଙ୍କାରକୁ ଏସ୍‌ବିଆଇ ଲକରରେ ରଖାଯାଇଛି। ହେଲେ ଆଇନ୍‌ରେ ପରିବର୍ତ୍ତନ ହୋଇ ନଥିଲା ବେଳେ ସରକାର ଓ ପ୍ରଶାସନକୁ ଏ ଅଧିକାର କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେପି? ପ୍ରଶାସନର ଏ ପଦକ୍ଷେପରୁ ରତ୍ନଭଣ୍ଡାର ଯେ ଆଉ ସୁରକ୍ଷିତ ନାହିଁ ତାହା ପ୍ରମାଣିତ ହେଉଛି ଏବଂ ରତ୍ନଭଣ୍ଡାରରେ ଆଉ କିଛି ରତ୍ନ ନାହିଁ ବୋଲି ସନ୍ଦେହ ହେଉଛି ବୋଲି ଦଳ ଅଭିଯୋଗ କରିଛି। ସେପଟେ ଭକ୍ତଙ୍କ ଠାରୁ ଦାନ ସ୍ୱରୂପ ମିଳୁଥିବା ଅଳଙ୍କାରକୁ ନାଜିର ସେକ୍‌ସନ୍‌ର ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଉଥିବା ସୂଚନା ଦେଇଛନ୍ତି ଡେପୁଟି ଆଡ୍‌ମିନିଷ୍ଟ୍ରେଟର।

ଏପଟେ ରତ୍ନଭଣ୍ଡାର ଚାବି ହଜିବା ଘଟଣା ପ୍ରତିବାଦରେ ବିଜେପି ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଉଛି। କାଲି ସବୁ ଜିଲ୍ଲା ଓ ସବଡିଭିଜନରେ ବିକ୍ଷୋଭ, ୧୨ ତାରିଖରୁ ସପ୍ତାହେ ବ୍ୟାପି ରାଜ୍ୟର ସବୁ ଥାନା ସମ୍ମୁଖରେ ବିକ୍ଷୋଭ ସହ ଏଫ୍ଆଇଆର୍ ଦିଆଯିବ। ଏଥିସହ ସମସ୍ତ ଜଗନ୍ନାଥ ମନ୍ଦିରରରେ ସମୂହ ଦୀପଦାନ କରାଯିବ। ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଚାବି ହଜିବା ପ୍ରସଙ୍ଗରେ ବିଚାରବିଭାଗୀୟ ତଦନ୍ତ ଘୋଷଣା କରି ସରକାର ପୁରା ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ହୀନ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି।

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like